ଏରସମା, 06/06/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ମସଜିଦରେ ଧୁମଧାମରେ ଇଦ୍ଦ-ଉଲ୍ ଜୁହା ପର୍ବ ପାଳିତ ହୋଇଛି।ସମସ୍ତ ସାହି ଅଞ୍ଚଳରେ ତୋରଣ ନିର୍ମାଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ଶନିବାର ସକାଳେ ମୁସଲିମ ସମ୍ପ୍ରଦାୟର ଭାଇମାନେ ନବବସ୍ତ୍ର ପରିଧାନ କରି ମସଜିଦରେ ସମୂହ ନମାଜ ପାଠ କରିଥିଲେ।ନମାଜ ପାଠପରେ ସମୂହ ପିତ୍ରୃପୁରୁଷଙ୍କ ସମାଧି ସ୍ଥଳରେ ପହଞ୍ଚି ପ୍ରାର୍ଥନା କରିଥିଲେ।ମସଜିଦ ନିକଟକୁ ଫେରି ମିଠାଖାଇ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ । ସମସ୍ତ ଗାଡି ଚାଳକ ,ପଥଚାଳକ ମାନଙ୍କୁ ପାନୀୟ ଜଳ ଦାନ କରିଥିଲେ। ଚଟୁଆ ମୁସଲମାନ ବସ୍ତିର ସର୍ଦ୍ଦାର ମଙ୍ଗୁ ଖାଁ ,ସେକ୍ ସମିରୁଦ୍ଦିନ୍ ,ହଲିମ୍ ଖାଁ,ସମିର ଉଲ୍ଲା ଖାଁ,ସୁଆର ଖାଁ,ଗୁଲାମ ଖାଁ,ରାଜା ଖାଁ,ଇସଲାମ ଖାଁ ,ଫଜୁର ରେହମାନ୍,ଇସାକ ଉଦ୍ଦିନ,ଜମିଲ ଖାଁ ପ୍ରମୁଖ ଗରିବ ଲୋକମାନଙ୍କୁ ଫଳ,ବିସ୍କୁଟ ଓ ନୂଆବସ୍ତ୍ର ବଣ୍ଟନ କରିଥିଲେ।