ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଳରାମପୁର ମସଜିଦ୍ ରେ ଇଦ୍ଦ -ଉଲ୍- ଜୁହା ପାଳିତ।

କୁଜଙ୍ଗ , 06/06/2025, ଉତ୍କଳ voice news - utkalvoicenews.com କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଳରାମପୁର ମସଜିଦରେ ଧୁମଧାମରେ ଇଦ୍ଦ-ଉଲ୍ ଜୁହା ପର୍ବ ପାଳିତ ହୋଇଛି।ସମସ୍ତ ସାହି ଅଞ୍ଚଳରେ ତୋରଣ ନିର୍ମାଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ଶନିବାର ସକାଳେ ମୁସଲିମ ସମ୍ପ୍ରଦାୟର ଭାଇମାନେ ନବବସ୍ତ୍ର ପରିଧାନ କରି ମସଜିଦରେ ସମୂହ ନମାଜ ପାଠ କରିଥିଲେ।ନମାଜ ପାଠପରେ ସମୂହ ପିତ୍ରୃପୁରୁଷଙ୍କ ସମାଧି ସ୍ଥଳରେ ପହଞ୍ଚି ପ୍ରାର୍ଥନା କରିଥିଲେ।ମସଜିଦ ନିକଟକୁ ଫେରି ମିଠାଖାଇ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ । ସମସ୍ତ ଗାଡି ଚାଳକ ,ପଥଚାଳକ ମାନଙ୍କୁ ପାନୀୟ ଜଳ ଦାନ କରିଥିଲେ। ବଳରାମପୁର ମୁସଲମାନ ବସ୍ତିର ସର୍ଦ୍ଦାର ଏସ୍କେ ମକସୁଦ ଅଲ୍ଲୀ ,ସେକ୍ ଅବଦ୍ଦୁଲ ରଜାକ,ବାବୁ ଖାନ୍,ସେକ କଲିମ୍ ଉଦ୍ଦିନ୍,ସେକ୍ ସାଜନ,ସେକ୍ ଟିକିନା ପ୍ରମୁଖ ଗରିବ ଲୋକମାନଙ୍କୁ ଫଳ,ବିସ୍କୁଟ ଓ ନୂଆବସ୍ତ୍ର ବଣ୍ଟନ କରିଥିଲେ।
Article Image
10