ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋପିଆକୁଦ ପଂଚାୟତ ରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ଶାରଳା ମହାମଣ୍ଡଳ ସ୍ୱାଧ୍ୟାୟ ସାଧୁ ସମ୍ମିଳନୀ ଅନୁଷ୍ଠିତ

କୁଜଙ୍ଗ , 07/06/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଂଚାୟତ ରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ଶାରଳା ମହାମଣ୍ଡଳ ସ୍ୱାଧ୍ୟାୟ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି, ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଶ୍ରୁତି ନାଶର ଅଧକ୍ଷ ସ୍ୱାମୀଜୀ ସୁଧାନନ୍ଦ ସରସ୍ବତୀ, ମୁଖ୍ୟ ବକ୍ତା ଅଭିରାମ ମହନ୍ତ,ସଂମାନୀତ ଅତିଥି ଗଣହେଲେ ଶାରଳା ମହାମଣ୍ଡଳ ସ୍ୱଧାୟ ସାଧୁ ସମ୍ମିଳନୀ ଗୋପିଆ କୁଦ (କାଳିଆପାଟ) ର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାଉତ, ପଂଚାୟତ ର ସରପଞ୍ଚ ଶ୍ରୀନିବାସ ସ୍ୱାଇଁ,ପରିଚାଳନା କମିଟିର ସଭାପତି ତରଣୀ ରାଉତ, ସମ୍ପାଦକ ବୁଦ୍ଧଦେବ ଦଳାଇ ଓ ପ୍ରସନ୍ନ ତରାଇ, ଉପଦେଷ୍ଟା ହରିହର ସାମଲ ଓ ଡ଼ଃ ନିରଞ୍ଜନ ରାଉତ, ସଞ୍ଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ, ସନାତନ ଧର୍ମ ର ନୀତି ଅନୁସାରେ ସାଧୁ ମାନଙ୍କ ପାଦ ଧୋଇ ପୂଜାର୍ଜନା କରି ସମ୍ମିଳନୀ ପବିତ୍ର ଗୃହକୁ ପାଛୋଟି ଆଣିଥିଲେ,ପ୍ରଥମେ ମା ଶାରଳା ଫଟୋ ଚିତ୍ର ରେ ପୁଷ୍ପ ଦେଇ ଦୀପ ପ୍ରଜ୍ୱଳନ କରାଯାଇଥିଲା, ପରେ ସାଧୁ ଓ ଅନ୍ୟ ଅଥିତି ମାନଙ୍କୁ ଉତ୍ତରୀୟ ଦେଇ ସଂମାନୀତ କରାଯାଇଥିଲା, ସନାତନ ଧର୍ମର ପ୍ରଚାର ଓ ପ୍ରସାର ସହିତ ମାନବ ସମାଜ କିପରି ସନାତନ ଧର୍ମ ର ରୀତିନୀତି ଅନୁସାରେ ସୁସ୍ଥ ଜୀବନ ଜାପାନ କରି ବଂଚିବା ଦରକାର ବୋଲି ସ୍ଵମୀଜୀ ସୁଧାନନ୍ଦ ସରସ୍ବତୀ ଭକ୍ତ ମାନଙ୍କୁ ନୀତିବାଣୀ ବିଷୟରେ ବଖାଣି ଥିଲେ, ଶାରଳା ମହାମଣ୍ଡଳ ସ୍ୱଧ୍ୟାୟ ଗୋପିଆକୁଦ କାଳିଆପାଟ ର କର୍ମକର୍ତା ତରଫରୁ ଏହି କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳା ସହିତ ପ୍ରସାଦ ସେବନ ର ସୁ ବନ୍ଦବସ୍ତ କରାଯାଇ ସମ୍ମିଳନୀ ଟିକୁ ସମାପ୍ତ କରାଯାଇଥିଲା, ଏପରି ମୋହାନ କାର୍ଯ୍ୟ କୁ ସାଧୁ ଗଣ /ସମାଜସେବୀ, ବୁଦ୍ଧିଜୀବୀ, ରାଜନେତା, ପଂଚାୟତ ବାସି ପ୍ରଶଂସା କରିଛନ୍ତି,
Article Image
1