ଏରସମା, 07/06/2025, ଉତ୍କଳ voice news - utkalvoicenews.com

ଏରସମା ଦେବୀଦୋଳ ପଡିଆରେ ରଜ ମହୋତ୍ସବ ନିରାକାର ସ୍ୱାଇଁ (ବାଙ୍ଗୁର )ଙ୍କ ସମ୍ପାଦନାରେ ପ୍ରତିସନ୍ଧ୍ୟା ଲୋକଙ୍କୁ ଆକର୍ଷିତ କରୁଛି। ଗତକାଲି ୬ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ , ଡ଼କ୍ଟର ସରୋଜ କୁମାର ଜେନା ଏ.ଡ଼ି.ଏମ ଜଗତସିଂହପୁର, ଡକ୍ଟର ଅମୀୟ କୁମାର ସ୍ୱାଇଁ ଇନଚାର୍ଜ ଏରସମା ମେଡିକାଲ,ବୈଶାଖୀ ଲେଙ୍କା ଓ.ଏ.ଏସ ଟପର ୨୦୨୩, ଅଭିନେତ୍ରୀ ପୁନମ ମିଶ୍ର,କମଳାକାନ୍ତ ମହାପାତ୍ର ସମାଜସେବୀ, ଶିଶିର କୁମାର ପରିଡା ପୂର୍ବତନ ଉଚ୍ଚଶିକ୍ଷା ଆଡ଼ଭାଇଜର,ଡକ୍ଟର ଦିଲ୍ଲୀପ ବିଶ୍ୱାଳ, ଶ୍ରୀମତୀ କମଳା ଜେନା, ଅଧ୍ୟାପକ ସଞ୍ଜୟ ବିଶ୍ୱାଳ, ସରୋଜ ବେହେରା, ବିକ୍ରମ ପରିଡା ପ୍ରମୁଖ ଉପସ୍ଥିତ ରହି ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ରଜ ପର୍ବ ଭାଇଚାର ସମ୍ପର୍କ ଗଢି ତୋଳୁଛି କହିଥିଲେ। ମୁଖ୍ୟ ଅତିଥି ତଥାଗତ ଶତପଥୀ କହିଲେ ପଶ୍ଚିମବଙ୍ଗରେ ମମତା ବାନାର୍ଜି ଯେଉଁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ତାହା ପୁରୀ ମନ୍ଦିର ସହିତ କେବେ ସମକକ୍ଷ ହୋଇ ପାରିବ ନାହିଁ।ମଞ୍ଚର ସଭାପତି ବିଜୟ କୁମାର ସ୍ୱାଇଁ, ଅତିଥି ପରିଚୟ ସ୍ମୃତି ରଞ୍ଜନ ମହାନ୍ତି ପ୍ରଦାନ କରିଥିଲେ।ହଜାର ହଜାର ଦର୍ଶକଙ୍କ ଉପସ୍ଥିରେ "ଏରସମା ଗୌରବ" ପାଞ୍ଚ ଜଣଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରା ଯାଇଥିଲା। ସେମାନଙ୍କ ମଧ୍ୟରେ ଡକ୍ଟର ସରୋଜ କୁମାର ଜେନା, ଡକ୍ଟର ଅମୀୟ କୁମାର ସ୍ୱାଇଁ,ବୈଶାଖୀ ଲେଙ୍କା ଓ.ଏ.ଏସ ଟପର ୨୩, ଇଞ୍ଜିନିୟର ରଶ୍ମିରେଖା ଶର୍ମା,ଗୀତିକାର ବିକ୍ରମ ମହାପାତ୍ର। ଶେଷରେ ରଜ କମିଟିର ସଭାପତି ସମୀର ମଲ୍ଲିକ ଧନ୍ୟବାଦ ଦେଇଥିଲେ।
............
