ଏରସମା , 07/06/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳର ସୁନାମଧନ୍ୟ ନୃତ୍ୟ ପ୍ରତିଷ୍ଠାନ ବ୍ଲାକ ସ୍ପାଇଡ଼ର ଡ୍ୟାନ୍ସ ଇନଷ୍ଟ୍ରିଚ୍ୟୁଟି ତରଫରୁ ପାରାଦୀପ ଜୟଦେବ ଭବନ ଠାରେ ପ୍ରଥମ ବାର୍ଷିକ ଉତ୍ସବ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଏଥିରେ ଅଂଶଗ୍ରହଣ କରିବାଥିବା ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ମଧ୍ୟରେ କଳା ପ୍ରଦର୍ଶନୀ କରାଯାଇଥିଲା ଏଥିରେ ଭଲ କଳା ବା ନୃତ୍ୟ ପ୍ରଦର୍ଶନୀ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ବିଚାରକ ଓ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ.ଓ ପୁରସ୍କୃତ କରାଯାଇଥିବା ବେଳେ ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ବାଲିତୁଠାରେ ପ୍ରତିଷ୍ଠା ହେଇଥିବା ଶ୍ରୀ ମହାବୀର ଆଦର୍ଶ କଳାବିକାଶ କେନ୍ଦ୍ର, ବାଲିତୁଠ ର କୁନି ଆଦର୍ଶ ପ୍ରତିଭା ଓଡିଶୀ ନୃତ୍ୟଶିଳ୍ପୀ ନମସ୍ୟା ପ୍ରିୟଦର୍ଶିନୀ ବୟସ ୯ ବର୍ଷ ଘର ବାଲିତୁଠ ପଞ୍ଚାୟତ ଆଲିଗଡ ଗ୍ରାମରେ ତାଙ୍କ ଘର ସେ ସୁନ୍ଦର ନୃତ୍ୟ ପରିବେଷଣ ପାଇଁ ରାଜ୍ୟସ୍ତରୀୟ ପ୍ରତୀଯୋଗିତାରେ ତୃତୀୟ ସ୍ଥାନରେ ରହି ଅନୁଷ୍ଠାନ ପାଇଁ ଆଦର୍ଶ ଓ ଗର୍ବ ଗୌରବ ଆଣିବା ସହିତ ଅଞ୍ଚଳ ପାଇଁ ମଧ୍ୟ ଗୌରବ ଓ ସୁନାମ ଅର୍ଜନ କରିଛନ୍ତି।କୁନି ପ୍ରତିଭା ନମସ୍ୟା ପ୍ରିୟଦର୍ଶିନୀଙ୍କ ଏତେ ବଡ ସଫଳତା ପାଇଁ ସେ ମହାବୀର ଆଦର୍ଶ କଳାବିକାଶ କେନ୍ଦ୍ର, ବାଲିତୁଠର ପ୍ରତିଷ୍ଠାତା ତଥା ତବଲା ବାଦକ ଗୁରୁ ଶ୍ରୀ ପଣ୍ଡିତ ସୁବାଷ ଚନ୍ଦ୍ର ତ୍ରିପାଠୀ,ନୃତ୍ୟ ଗୁରୁ ଅନିଲି କୁମାର ମହାନ୍ତିଙ୍କ ଠାରୁ ନୃତ୍ୟ ଶିକ୍ଷା ଲାଭ ଗ୍ରହଣ କରୁଛନ୍ତି ଏବଂ ନମସ୍ୟା ପ୍ରିୟଦର୍ଶିନୀଙ୍କ ପିତା ବିକ୍ରମରାଜ ସ୍ୱାଇଁ, ମାତା ଚିନ୍ମୟୀ ସ୍ୱାଇଁ କହିଛନ୍ତି ତାଙ୍କ ଝିଅ ନମସ୍ୟା ଛୋଟଟି ବେଳୁ ତାର ନାଚ ଗୀତ ପ୍ରତି ବହୁତ ଆଗ୍ରହ ଦେଖି ବାପା,ମା ଛୋଟ ଝିଅଟିକୁ ଆଦର୍ଶ କଳାବିକାଶ କେନ୍ଦ୍ର,ବାଲିତୁଠରେ ନିଜର ନାମ ଲୋଖାଇଥିଲେ।ସେଠାରେ ତାଙ୍କ ଝିଅକୁ ଅଭିଜ୍ଞ ସମ୍ପନ୍ନ ଉତ୍ତମ ନୃତ୍ୟ ଗୁରୁଙ୍କ ଦ୍ୱାରା ଶିକ୍ଷା ଦିଆଯାଇ ଝିଅର ପ୍ରତିଭାକୁ ଲୋକଲୋଚନକୁ ଆଣିଥିବାରୁ ସେ ସମସ୍ତ ଗୁରୁ ଗୁରୁଜନ ମାନଙ୍କୁ ସବୁ ଶ୍ରେୟ ଦେଇଛନ୍ତି ଏବଂ ସମସ୍ତଙ୍କ ଆଶ୍ରିବାଦ ପାଇଁ ସେ ଧୀରେଧୀରେ ସଫଳତା ପାଇଁ ଚାଲିଛି ସେ ଆଗକୁ ନିଜର ପାଠ ପଢା ସହିତ ନିଜର ଗୁରୁଙ୍କ ଠାରୁ ନିଷ୍ଠାର ସହିତ ଓଡିଶୀନୃତ୍ୟ ଶିକ୍ଷାଲାଭ କରି ଆହୁରି ଅନୁଷ୍ଠାନ ଓ ଜିଲ୍ଲା ପାଇଁ ଗର୍ବ ଗୌରବ ଓ ଆଦର୍ଶ ଆଣିବା ପାଇଁ ଚେଷ୍ଟା କରିବେ ବୋଲି ନମସ୍ୟା ପ୍ରକାଶ କରିଛନ୍ତି।
