ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ରଜ ମହୋତ୍ସବର ସପ୍ତମ ସନ୍ଧ୍ୟା

ଏରସମା, 07/06/2025, ଉତ୍କଳ voice news - utkalvoicenews.com
Article Image
ଏରସମା ରଜ ମହୋତ୍ସବ କମିଟି ପକ୍ଷରୁ ୧୪ ତମ ବାର୍ଷିକରଜ ମହୋତ୍ସବ ଉତ୍ସବ ଏରସମା ଦେବୀ ଦୋଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଆଜି ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୟୋଳନ କରିଥିଲେ। ଏରସମା ରଜ ମହୋତ୍ସବ କମିଟିର ସଭାପତି ସମୀର ରଞ୍ଜନ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କୁ ଏହି ରଜ ମହୋତ୍ସବ କମିଟିର ଗୁରୁ ଭାବେ ଦାୟିତ୍ବ ଦେଇଥିଲେ। ପୂର୍ବରୁ ଏରସମାର ପୂର୍ବତନ ମନ୍ତ୍ରୀ ଡ଼ ‍ଡାମୋଦର ରାଉତ ଏରସମା ରଜ ମହୋତ୍ସବ ଆରମ୍ଭ କରିଥିଲେ। ଡ଼ ରାଉତଙ୍କୁ ଗୁରୁ ଭାବେ ଦାୟିତ୍ବ ଦେଇଥିଲେ। ଏରସମା ଗ୍ରାମ୍ୟ କମିଟିର ସଭାପତି ଅମୁଲ୍ୟ ବିଶ୍ୱାଳଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଏରସମା ରଜ ମହୋତ୍ସବକୁ ସ୍ୱର୍ଗତ ଡ଼ ଦାମୋଦର ରାଉତ ଆରମ୍ଭ କରିଥିଲେ।ଆଜକୁ ୧୪ ବର୍ଷ ହେବ ଭାଇଚାର ସମ୍ପର୍କ ରଖି ସୂଚାରୁରୂପେ ପାଳନ କରିଥିବାରୁ ଏରସମା ରଜ ମହୋତ୍ସବ କମିଟିକୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ସମ୍ମାନୀତ ଅତିଥି ଭାବେ ତିନି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ ଯୋଗଦେଇ ଥିଲେ। ରଜ ମହୋତ୍ସବ କମିଟିର ସଂପାଦକ ନିରାକାର ସ୍ୱ।ଇଁ ଧନ୍ୟବାଦ୍ ଦେଇଥିଲେ ଏହି ଅବସରରେ ବିଭିନ୍ନ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ରଜ ମହୋତ୍ସବ କମିଟିର କୋଷାଧ୍ୟକ୍ଷ ସମୀର କୁମାର ସାହୁ, କାର୍ଯ୍ୟକାରୀ ସମ୍ପାଦକ ବିଶ୍ଵଜିତ ମୁଦୁଲି, ଉପସଭାପତି ଜଗନ୍ନାଥ ବିଶ୍ଵାଳ, କାର୍ଯ୍ୟକାରୀ ସଭାପତି କିଶୋର କୁମାର ପଣ୍ଡା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
1