ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜୁନ୍ ୨୫ ରେ ପହଞ୍ଚିବ ରେଜେଙ୍ଗଲା କଳସ ଶୋଭାଯାତ୍ରା ଶୋଭାଯାତ୍ରାକୁ ସ୍ବାଗତ ପାଇଁ ଜଗତସିଂହପୁର ଜିଲା ଯାଦବ ମହାସଭାର ପ୍ରସ୍ତୁତି ବୈଠକ

ଜଗତସିଂହପୁର, 08/06/2025, ଉତ୍କଳ voice news - utkalvoicenews.com
Article Image
ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଓ ଉତ୍କଳ ଯାଦବ ମହାସଭା ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବିହାର ର ଚମ୍ପାରଣ ରୁ ଆରମ୍ଭ ହୋଇ ସମଗ୍ର ଭାରତ ପରିକ୍ରମା କରୁଥିବା ପବିତ୍ର ରେଜେଙ୍ଗଲା ମାଟି କଳସ ଯାତ୍ରା ଆସନ୍ତା ଜୁନ୍ ୨୫ ତାରିଖ ବୁଧବାର ଦିନ ଜଗତସିଂହପୁର ଜିଲାରେ ପହଞ୍ଚି ଜିଲ୍ଲା ପରିକ୍ରମା କରାଯିବ । ଏହି ମାଟି କଳସ ଯାତ୍ରାକୁ ସ୍ବାଗତ କରିବା ପାଇଁ ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜଗତସିଂହପୁର ସ୍ଥିତ ଜୟବଡ଼ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ରବୀନ୍ଦ୍ର ନାଥ ସେନାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ତଥା ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତୀର୍ଥବାସୀ ବେହେରା, ପ୍ରସନ୍ନ କୁମାର ବେହେରା, ତରଣି ସେନ୍ ବେହେରା, ରାଜ୍ୟ ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ୧୯୬୨ ମସିହାର ଚିନ୍ ଭାରତ ଯୁଦ୍ଧ ସମୟରେ ପରମ ବୀର ଚକ୍ର ବିଜେତା ଶୈତାନ୍ ସିଂ ଙ୍କ ନେତୃତ୍ୱରେ କୁମାଉଁ ରେଜିମେଣ୍ଟ ରାଜସ୍ଥାନ ଓ ହରିୟାଣାର ୧୨୦ ଜଣ ଭାରତୀୟ ସୈନିକ ସମସ୍ତେ ଅହିର ଯାଦବ ୩୦୦୦ ରୁ ଅଧିକ ଚୀନ ସୈନିକ ଙ୍କ ସାମ୍ନା କରିବା ସହିତ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ରେଜେଙ୍ଗଲା ପର୍ବତ ପଛକୁ ସଫଳତାର ସହିତ ରକ୍ଷା କରିଥିଲେ । ଏହି ସ୍ମୃତିକୁ ଉଦ୍ଜିବିତ୍ କରିବା ପାଇଁ ସେହି ରେଜେଙ୍ଗଲା ମାଟିରୁ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଆସନ୍ତା ୨୫ ତାରିଖ ଦିନ ଏହି ଶୋଭାଯାତ୍ରାକୁ କୁଜଙ୍ଗ ନିକଟ ଭୂତମୁଣ୍ଡାଇ ଠାରୁ ସ୍ବାଗତ କରିବା ପରେ ଏକ ମଟରସାଇକେଲ ଶୋଭାଯାତ୍ରା ରେ କୁଜଙ୍ଗ, ଏରସମା, ବାଲିକୁଦା, ବଜାର ପରିକ୍ରମା କରିବା ପରେ ଜଗତସିଂହପୁର ସଦରମହକୁମା ଠାରେ ଏକ ବିଶେଷ ଧରଣର ବୈଠକ ଅନୁଷ୍ଠିତ ହେବା ସହିତ ଜଗତସିଂହପୁର ର ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ଵାରା ଯାତ୍ରାକୁ ସ୍ବାଗତ କରାଯିବା ସହିତ ସହିଦ ହୋଇଥିବା ଭାରତୀୟ ସୈନିକ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ଆସନ୍ତା ୨୦୨୫ ନଭେମ୍ବର ୧୮ ତାରିଖ ଅହିର୍ ସୌର୍ୟ ଦିବସ ଦିନ ନୂଆଦିଲ୍ଲୀ ର ଜନ୍ତର ମନ୍ତର ଠାରେ ପହଞ୍ଚିବା ପରେ କେନ୍ଦ୍ର ସରକାରଙ୍କ ନିକଟରେ ଅହିର୍ ରେଜୀମେଣ୍ଟ୍ ଗଠନ ପାଇଁ ଦାବି ଉପସ୍ଥାପନା କରାଯିବ । ଏହି ପ୍ରସ୍ତୁତି ବୈଠକରେ ରବୀନ୍ଦ୍ର ସେନାପତି, ଚିତ୍ତରଞ୍ଜନ ଦାସ, ସୁଭାଶିଷ ନାୟକ, ଲୋକନାଥ ଦାସ, ଚିତ୍ରସେନ୍ ବେହେରା, ଗୋପାଳ ଦାସ, ବିକ୍ରମ ଦାସ, ବିଷ୍ଣୁ ଚରଣ ଦାସ, ଚୈତନ୍ୟ କଂସ, କୃପାସିନ୍ଧୁ ଦାସ, ମାନଗୋବିନ୍ଦ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜଗତସିଂହପୁର ଜିଲାର ସମସ୍ତ ବ୍ଲକ୍ ର ସମସ୍ତ ଯାଦବ ଭାଇ ମାନଙ୍କର ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
Article Image
1