ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ: ଚୁନବେଲାରୀ ଗୋଷ୍ଟି କେନ୍ଦ୍ର ଉଦଘାଟିତ l

ପାରାଦୀପ ଗଡ, 08/06/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୁନବେଲାରି ଗୋଷ୍ଟି କେନ୍ଦ୍ର (କୋଠ ଘର) ଉଦ୍ଘାଟିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଟି କେନ୍ଦ୍ର କୁ ଉଦ୍ଘାଟନ କରିଥିଲେ l ଦୀର୍ଘ ଦିନ ହେବ ଉକ୍ତ ୱାର୍ଡ ର ଅଧିବାସୀ ମାନେ ଏକ ଗୋଷ୍ଟି କେନ୍ଦ୍ର ନିର୍ମାଣ ପାଇଁ ସରପଞ୍ଚ ଙ୍କ ନିକଟରେ ଦାବୀ କରି ଆସୁଥିଲେ l ଫଳରେ ଜନସାଧାରଣ ଙ୍କ ଦାବୀକୁ ସମ୍ମାନ ଜଣାଇ ଏହାର ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରିଥିଲେ l ବହୁ ଦିନର ଦାବୀ ପୂରଣ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିବା ସହିତ ସରପଞ୍ଚ ନିକଟରେ କୃତଜ୍ଞତା ପ୍ରଦାନ କରିଛନ୍ତି l ଉକ୍ତ ଉଦ୍ଘାଟନ ଉତ୍ସଵ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ଅଲେଖ ମହାରଥା, ବିଚିତ୍ର ପ୍ରଧାନ, ରମେଶ ତ୍ରିପାଠୀ, ୱାର୍ଡ ସଭ୍ୟ ସଚିଦାନନ୍ଦ ମହାପାତ୍ର, କଳ୍ପନା ଦାସ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
Article Image
Article Image
10