ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅସହ୍ୟ ହେଲାଣି ବୁଗୁଡ଼ା ଏନ୍ଏସିର ଦୁର୍ଗନ୍ଧ,ପ୍ରତିକାର ଦାବି

ବୁଗୁଡ଼ା, 08/06/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସଂପ୍ରତି ବୁଗୁଡ଼ା ଏନ୍ଏସି ଦୁର୍ଗନ୍ଧକୁ ନେଇ ସର୍ବସାଧାରଣରେ ସମାଲୋଚନାର ହକଦାର ପାଲଟିଛି।ଏନ୍ଏସି ମଧ୍ୟରେ ମୁକ୍ତାକାଶ ପରିସ୍ରା ସ୍ଥଳ ଯୋଗୁଁ ପଞ୍ଚାଗଳି,ବସଷ୍ଟାଣ୍ଡ ପଛପଟ,ମେଡ଼ିକାଲର ଆଗପଟ,ପଶୁ ଚିକିତ୍ସାଳୟ ପରିସର ଆଦି ଭଳି ଆହୁରି ଅନେକ ଦୁର୍ଗନ୍ଧ ସ୍ଥଳ ରହିଥିବା ବେଳେ ପରିବା ବଜାର ସମ୍ମୁଖସ୍ଥ ଆବର୍ଜନା ଜମାସ୍ଥଳ ଦୁର୍ଗନ୍ଧରେ ସବୁଠାରୁ ଆଗରେ ରହି ଚର୍ଚ୍ଚାର ପରିସରକୁ ଆସିଯାଇଛି।ସେଠାରେ ପରିବା ବଜାର ଆବର୍ଜନା ପକାଇବା ପାଇଁ କୁଣ୍ଡ ହୋଇଛି ଏବଂ ସେଥିରେ ଜୈବିକ ଆବର୍ଜନା ମଧ୍ୟ ଗଦା ହେଉଛି। ତେବେ ଏନ୍ଏସି ପ୍ରଶାସନର ଅବହେଳା କାରଣରୁ ତାହାକୁ ନିୟମିତ ସଫା କରାଯାଉ ନଥିବାରୁ ସେଠାରେ ପୂର୍ତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।ଫଳରେ ସେହି ପାଖଦେଇ ଯିବାବେଳେ ଲୋକଙ୍କୁ ଅଣନିଶ୍ୱାସୀ ହେବାକୁ ପଡୁଛି।ଅନ୍ୟ ପକ୍ଷରେ ମୁଖ୍ୟ ସଡ଼କକୁ ସଂଯୋଗ କରୁଥିବା ବାଲିପିଣ୍ଡି ରାସ୍ତାକୁ କିଛି ଅମାନିଆ ବେପାରୀ ଅକ୍ତିଆର କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ଲୋକେ ସେହି ରାସ୍ତାରେ ନଯାଇପାରି ଏହି ନାକ ଫଟା ଦୁର୍ଗନ୍ଧ ସ୍ଥଳ ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି।ଏନେଇ ଏନ୍ଏସି କର୍ତ୍ତୃପକ୍ଷ ଏହି ଅବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।
1